https://or.wikipedia.org/wiki/Cardamom
ଅଳେଇଚ | |
---|---|
True Cardamom (Elettaria cardamomum) | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Monocots |
ଅଶ୍ରେଣୀକୃତ: | Commelinids |
ଗଣ: | Zingiberales |
କୁଳ: | Zingiberaceae |
Genera | |
|
ଏହା ଏକ ପ୍ରସିଦ୍ଧ ଭାରତୀୟ ମସଲା । ଏହାର ମଞ୍ଜି ଗୁଡିକ ବହୁତ ସୁନ୍ଦର ବାସ୍ନା ଯୁକ୍ତ ହୋଇଥାଏ । ଅଳେଇଚର ଜନ୍ମ ସ୍ଥାନ ଭାରତ ଓ ଶ୍ରୀଲଙ୍କା । କିନ୍ତୁ ଅନ୍ୟ ଦେଶ ଯଥା ଗୁଏଟମାଲା, ମେକ୍ସିକୋ, ଇଣ୍ଡୋନେସିଆ ଓ ଦକ୍ଷିଣ ଏସିଆର କେତେକ ଅଞ୍ଚଳରେ ମଧ୍ୟ ଚାଷ କରାଯାଏ ଭାରତର ଦକ୍ଷିଣ ଭାଗରେ ସର୍ବାଧିକ ଦେଖିବାକୁ ମିଳେ । ମଈଶୂର, କୁର୍ଗ, ବ୍ୱେନାଡ୍, ଟ୍ରଭାଙ୍କୋର ଓ କୋଚିନ୍ର ଆର୍ଦ୍ର ବନ ଏହା ପାଇଁ ଅନୁକୁଳ ଅଟେ । ଅଳେଇଚ ପାଚିବା ଆଗରୁ ଅମଳ କରାଯାଇ ଖରାରେ ଶୁଖାଯାଏ । ଆଧୁନିକ ପଦ୍ଧତିରେ ଡ୍ରାଇଂ ମେସିନ ବ୍ୟବହାର କରା ଯାଉଛି । ଅଳେଇଚର ଚୋପା ଯେତେ ସବୁଜ ହେବ ସେତେ ଭଲ ବୋଲି ଜଣାଯାଏ । ଥରେ ଅଳେଇଚର ଚୋପା ବାହାରି ଗଲେ,ଏହାର ସୁଗନ୍ଧ ନଷ୍ଟ ହୋଇଯାଏ । ତେଣୁ ସାଧାରଣତଃ ଏହାକୁ ରୋଷେଇ ପୂର୍ବରୁ ଚୋପାରୁ ଅଲଗା କରାଯାଏ । ଏହାର ମୁଲ୍ୟ ବଜାରରେ ବହୁତ ଅଧିକ ।[୧]
ବିଷୟସୂଚୀ
- ୧ କିସମ
- ୨ ଅଳେଇଚର ବ୍ୟବହାର
- ୩ ଔଷଧୀୟ ବ୍ୟବହାର
- ୪ ଛପା
- ୫ ଆଧାର
- ୫.୧ ଟୀକା
- ୫.୨ ଆହୁରି ପଢ଼ନ୍ତୁ
କିସମ[ସମ୍ପାଦନା]
ସାଧାରଣତଃ ଦୁଇ କିସମର ଅଳେଇଚ ଦେଖିବାକୁ ମିଳିଥାଏ- ସବୁଜ (ଛୋଟ) ଓ କଳା (ବଡ଼) । ଓଡ଼ିଆରେ ଏହି ସବୁଜ (ଛୋଟ) ଅଳେଇଚକୁ ଗୁଜୁରାତି ବୋଲି କୁହାଯାଏ ।[୨]
ଅଳେଇଚର ବ୍ୟବହାର[ସମ୍ପାଦନା]
ଭାରତୀୟ, ଉତ୍ତର ଆଫ୍ରିକା ଓ ଆରବୀୟ ଖାଦ୍ୟରେ ଅଳେଇଚର ବହୁଳ ଭାବରେ ଉପଯୋଗ କରାଯାଏ । ଭାରତରେ ଏହା ଗରମ ମସଲାର ସମୂହରେ ତରକାରୀରେ ବ୍ୟବହୃତ ହୁଏ ଓ ମଧୂର ବ୍ୟଞ୍ଜନମାନଙ୍କରେ ସ୍ୱାଦ ଓ ସୁଗନ୍ଧ ବଢେଇବା ପାଇଁ ସ୍ୱତନ୍ତ୍ର ଭାବରେ ବ୍ୟବହାର କରାଯାଏ । ଆରବ ଦେଶ ମାନଙ୍କରେ କଫିରେ ଅଳେଇଚ ଓ ଖିର ସର ଦେଇ ଅତିଥି ଚର୍ଚା କରିବା ଏକ ପରମ୍ପରା ଅଟେ । ସେହିପରି ଭାରତୀୟ ପରମ୍ପରାରେ ପାନ ମଧ୍ୟରେ ଅଳେଇଚ ଦେଇ ଖିଆଯାଏ । ପୂରାକାଳରୁ ଏହିପରି ଭାରତରେ ଅଳେଇଚକୁ ମୁଖବାସ ଭାବରେ ବ୍ୟବହାର କରାଯାଇ ଆସୁଛି ।
ଔଷଧୀୟ ବ୍ୟବହାର[ସମ୍ପାଦନା]
ନିମ୍ନ ତାଲିକାରେ ଦିଆଯାଇଥିବା ରୋଗ ଗୁଡିକ ପାଇଁ ଅଳେଇଚ ଅନେକ ଉପଯୋଗୀ ସାବ୍ୟସ୍ତ ହୋଇଥାଏ
- ହଜମ ସମ୍ବନ୍ଧିୟ ରୋଗ
ବଦ୍ ହଜମି ଯୋଗୁଁ ମୁଣ୍ଡ ବିନ୍ଧୁ ଥିଲେ ଅଳେଇଚ ପଡ଼ିଥିବା ଚା ପିଇଲେ ଆରାମ୍ ମିଳେ ।
- ମୁଖ ରୋଗ
ଅଳେଇଚର ବାସ୍ନା ମୁଖର ଦୁର୍ଗନ୍ଧ ଦୁର କରିବାରେ ସାହାଯ୍ୟ କରେ । କିଛି ଅଳେଇଚ ମଞ୍ଜିକୁ ଅଲ୍ପ ସମୟ ପାଇଁ ପାଟିରେ ଚୋବାଇ ରଖିଲେ, ମୁଖ ଗନ୍ଧ ଦୁର ହୋଇଥାଏ । କିଛି ଅଳେଇଚ ଓ ଡାଳଚିନିର ଅର୍କକୁ ମିଶାଇ କୁଳୀ କଲେ ମୁଖ ରୋଗ ଯଥା ଫରେଞ୍ଜାଇଟିସ୍, ଥଣ୍ଡା ଜନିତ ରୋଗ ଯେପରିକି ଗଳା କୁଣ୍ଡାଇବା, ଘଣ୍ଟିକାର ଦରଜ, ଗଳା ବସିଯିବା ଇତ୍ୟାଦି ଉପସମ କରେ ।
- ଅବସାଦ
ଅଳେଇଚକୁ ପାଣି ଓ ଚାରେ ଫୁଟାଇ ପିଇଲେ,ଏହା ଅବସାଦକୁ କମ କରେ ।
- ବାରମ୍ବାର ହାକୁଟି ଆସୁଥିଲେ ଦୁଇଟି ଅଳେଇଚକୁ ଚୋପା ସହିତ ପାଣିରେ ଫୁଟାଇ ,ସେହି ପାଣିକୁ ପିଇଲେ ହାକୁଟି ଭଲ ହୋଇଯାଏ ।
ଛପା[ସମ୍ପାଦନା]
ଅଳେଇଚ ଗଛ
ଅଳେଇଚ ଫୁଲ
ଅଳେଇଚ ଫଳ ଓ ମଞ୍ଜି
ସବୁଜ ଅଳେଇଚ ଓ ତା’ର ମଞ୍ଜି
ଅଳେଇଚ ଶିଶି
ଆଉ କିଛି ଅଳେଇଚ
ଆଧାର[ସମ୍ପାଦନା]
ଉଇକିମିଡ଼ିଆ କମନ୍ସରେ ଅଳେଇଚ ବାବଦରେ ମାଧ୍ୟମ ରହିଛି । |
ଟୀକା[ସମ୍ପାଦନା]
- ↑ Cardamom
- ↑ "Garg Dastak - Food & Grocery". gargdastak.com. 2011. Retrieved 19 June 2012.
Gujuratie (Oriya)
ଆହୁରି ପଢ଼ନ୍ତୁ[ସମ୍ପାଦନା]
- Mabberley, D.J. The Plant-book: A Portable Dictionary of the Higher Plants. Cambridge University Press, 1996.
- Gernot Katzer's Spice Pages: Cardamom
- Plant Cultures: botany and history of Cardamom
- Pham Hoang Ho 1993, Cay Co Vietnam [Plants of Vietnam: in Vietnamese], vols. I, II & III, Montreal.
- Buckingham, J.S. & Petheram, R.J. 2004, Cardamom cultivation and forest biodiversity in northwest Vietnam, Agricultural Research and Extension Network, Overseas Development Institute, London UK.
- Aubertine, C. 2004, Cardamom (Amomum spp.) in Lao PDR: the hazardous future of an agroforest system product, in 'Forest products, livelihoods and conservation: case studies of non-timber forest products systems vol. 1-Asia, Center for International Forest Research. Jakarta, Indonesia.
- Álvarez, L., Gudiel, V. 2008. 'Cardamom prices leads to a re-emergence of the green gold'. [୧]